Chapter 1 (Lesson 2): First World War — Causes and Consequences
ଇତିହାସ (History) · ଓଡ଼ିଶା ବୋର୍ଡ ନବମ ଶ୍ରେଣୀ · ଟିପ୍ପଣୀ + ପ୍ରଶ୍ନାବଳୀ ସମାଧାନ + ୨୫ Quiz
📖 ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪–୧୯୧୮): ଏହି ପାଠରେ ଆମେ ଯୁଦ୍ଧର ସୁଦୂର କାରଣ (କୂଟନୈତିକ ଚୁକ୍ତି, ଉଗ୍ର ଜାତୀୟତାବାଦ, ସାମରିକ ପ୍ରତିଯୋଗିତା, ସାମ୍ରାଜ୍ୟବାଦ, ବଲ୍କାନ୍ ସଙ୍କଟ), ଆସନ୍ନ କାରଣ (ଫର୍ଡିନାଣ୍ଡ ହତ୍ୟା), ଯୁଦ୍ଧର ଦୁଇ ପକ୍ଷ, ଭର୍ସାଇ ଚୁକ୍ତି ଓ ଜାତିସଂଘ ଏବଂ ଯୁଦ୍ଧର ରାଜନୈତିକ-ଅର୍ଥନୈତିକ-ସାମାଜିକ ପରିଣାମ ବିଷୟରେ ଜାଣିବା।
୧୯୧୪ରେ ଆରମ୍ଭ ହୋଇ ଚାରି ବର୍ଷ ଚାଲିଥିବା ପ୍ରଥମ ବିଶ୍ୱଯୁଦ୍ଧ ସେ ପର୍ଯ୍ୟନ୍ତ ଇତିହାସର ସବୁଠାରୁ ମାରାତ୍ମକ ଓ ଭୟାବହ ଯୁଦ୍ଧ ଥିଲା। ପୃଥିବୀର ଅଧିକାଂଶ ଉନ୍ନତ ଦେଶ ଏଥିରେ ଭାଗ ନେଇଥିଲେ, ତେଣୁ ଏହାକୁ 'ବିଶ୍ୱଯୁଦ୍ଧ' କୁହାଯାଏ।
ଜର୍ମାନୀର ଚାନ୍ସେଲର ଅଟୋ ଭନ୍ ବିସ୍ମାର୍କ ଏହା ଆରମ୍ଭ କଲେ। ୧୮୭୦ ସିଦାନ୍ ଯୁଦ୍ଧରେ ଫ୍ରାନ୍ସ ଜର୍ମାନୀ ଦ୍ୱାରା ପରାସ୍ତ (ଫ୍ରାଙ୍କଫର୍ଟ ସନ୍ଧି — ଫ୍ରାନ୍ସ ଆଲ୍ସେସ ଓ ଲରେନ୍ ଜର୍ମାନୀକୁ ଦେଲା)। ଫ୍ରାନ୍ସ ପ୍ରତିଶୋଧ ଚାହିଁଲା। ବିସ୍ମାର୍କ ଫ୍ରାନ୍ସକୁ ଏକଘରିକିଆ କରିବାକୁ — ତ୍ରି-ସମ୍ରାଟ ସଂଘ (ଜର୍ମାନୀ, ଅଷ୍ଟ୍ରିଆ, ରୁଷିଆ) ଗଠନ; ୧୮୭୯ ଜର୍ମାନୀ-ଅଷ୍ଟ୍ରିଆ ରାଜିନାମା; ୧୮୮୨ ଇଟାଲୀ ଯୋଗ → ତ୍ରିଶକ୍ତି ମେଣ୍ଟ (Triple Alliance)।
୧୮୯୦ ବିସ୍ମାର୍କଙ୍କ ପତନ ପରେ ରୁଷିଆ ଓ ଫ୍ରାନ୍ସ ନିକଟତର; ୧୮୯୪ ସାମରିକ ଚୁକ୍ତି। କାଇଜର ଦ୍ୱିତୀୟ ଉଇଲିୟମଙ୍କ ଆକ୍ରମଣାତ୍ମକ ନୀତି ଯୋଗୁଁ ଇଂଲାଣ୍ଡ ନିରପେକ୍ଷତା ଛାଡ଼ି ୧୯୦୨ ଜାପାନ୍, ୧୯୦୪ ଫ୍ରାନ୍ସ ଓ ୧୯୦୭ ରୁଷିଆ ସହ ଚୁକ୍ତି → ତ୍ରିମିତ୍ର ପକ୍ଷ (Triple Entente) (ଇଂଲାଣ୍ଡ, ରୁଷିଆ, ଫ୍ରାନ୍ସ)। ଦୁଇ ବିରୋଧୀ ଗୋଷ୍ଠୀର ଶତ୍ରୁତା ହିଁ ଯୁଦ୍ଧର ସୁଦୂର କାରଣ।
ପ୍ରତ୍ୟେକ ଦେଶ ନିଜକୁ ଶ୍ରେଷ୍ଠ ମନେକଲା; ଜର୍ମାନୀର ଜନସାଧାରଣ ଓ ସରକାର ଅତ୍ୟଧିକ ଜାତୀୟତାବାଦୀ; ପଡ଼ୋଶୀ ପ୍ରତି ଈର୍ଷା-ବିଦ୍ୱେଷ → ଉତ୍ତେଜନା ଓ ଶତ୍ରୁତା ବୃଦ୍ଧି।
ପ୍ରତ୍ୟେକ ଦେଶ ପଦାତିକ ବାହିନୀ ଓ ନୌବାହିନୀ ବୃଦ୍ଧି; ଗୁପ୍ତଚର ସଂସ୍ଥା; ୧୮୯୦ ପରେ ଜର୍ମାନୀ ଇଂଲାଣ୍ଡଠାରୁ ଅଧିକ ନୌଶକ୍ତି ବୃଦ୍ଧିର ଘୋଷଣା → ଅସ୍ତ୍ର ପ୍ରତିଯୋଗିତା।
ଶିଳ୍ପ ବିପ୍ଳବ → ବଜାର ଓ କଞ୍ଚାମାଲ ପାଇଁ ଉପନିବେଶ ପ୍ରତିଯୋଗିତା। ଏସିଆ-ଆଫ୍ରିକା ଇଂଲାଣ୍ଡ-ଫ୍ରାନ୍ସ ଅଧୀନ ହୋଇସାରିଥିବାରୁ ଜର୍ମାନୀ ଓ ଇଟାଲୀକୁ ନୂଆ ଅଞ୍ଚଳ ଖୋଜିବାକୁ ପଡ଼ିଲା → ଔପନିବେଶିକ ପ୍ରତିଦ୍ୱନ୍ଦ୍ୱିତା।
୧୮୭୮ ବର୍ଲିନ୍ ମହାସଭା ପରେ ଜର୍ମାନୀ ତୁର୍କୀ ସହ ମିତ୍ରତା; ବର୍ଲିନ୍-ବାଗ୍ଦାଦ୍ ରେଲପଥ ପ୍ରକଳ୍ପ — ଇଂଲାଣ୍ଡ (ଭାରତ/ଏସିଆ ପାଇଁ ବିପଦ) ଓ ରୁଷିଆ ବିରୋଧ କଲେ।
୧୯୦୪ ଇଂଲାଣ୍ଡ-ଫ୍ରାନ୍ସ ଚୁକ୍ତି ପରେ ଫ୍ରାନ୍ସ ମରକ୍କୋରେ ଆଧିପତ୍ୟ ଚାହିଁଲା; ସ୍ପେନ, ଜର୍ମାନୀ, ଇଟାଲୀ ବ୍ୟଗ୍ର; କାଇଜର ତାଙ୍ଗିଅରକୁ ଯାଇ ମରକ୍କୋ ସୁଲ୍ତାନଙ୍କ ସୁରକ୍ଷା ଘୋଷଣା → ଆଲ୍ଜେସିରାସ୍ ସମ୍ମିଳନୀ (୧୯୦୬) → ଜର୍ମାନୀ-ଫ୍ରାନ୍ସ ସମ୍ପର୍କ ତିକ୍ତ।
ପୂର୍ବରୁ ତୁର୍କୀ ଅଧୀନ; ୧୯୦୮ ଅକ୍ଟୋବର ୬ରେ ଅଷ୍ଟ୍ରିଆ ସମ୍ରାଟ ଫ୍ରାନ୍ସିସ ଜୋସେଫ୍ ଅଧିଗ୍ରହଣ → ବର୍ଲିନ୍ ମହାସଭା ସର୍ତ୍ତ ଉଲ୍ଲଂଘନ; ସର୍ବିଆ ପ୍ରବଳ ବିରୋଧ → ଅଷ୍ଟ୍ରିଆ-ସର୍ବିଆ ଶତ୍ରୁତା ତୀବ୍ର।
ଫ୍ରାନ୍ସ ମରକ୍କୋରେ ସୈନ୍ୟ ପଠାଇଲା; ଜର୍ମାନ୍ କାଇଜର ଆଗାଦିର ବନ୍ଦରକୁ "ପାନ୍ଥର" ଯୁଦ୍ଧଜାହାଜ ପଠାଇ ଧମକ ଦେଲେ; ଇଂଲାଣ୍ଡ ଫ୍ରାନ୍ସକୁ ସମର୍ଥନ → ଯୁଦ୍ଧ ଆଶଙ୍କା।
ଅଷ୍ଟ୍ରିଆ-ସର୍ବିଆ ଓ ଅଷ୍ଟ୍ରିଆ-ରୁଷିଆ ଆଞ୍ଚଳିକ କଳହ → ୧୯୧୨–୧୩ ବଲ୍କାନ୍ ଯୁଦ୍ଧ; ବଲ୍କାନ୍ ଅଞ୍ଚଳ = ଇଉରୋପର ବାରୁଦ ଭଣ୍ଡାର। ଏହି ଯୁଦ୍ଧ ହିଁ ବିଶ୍ୱଯୁଦ୍ଧର ସ୍ଫୁଲିଙ୍ଗ।
ବିସ୍ମାର୍କଙ୍କ ମଧ୍ୟମ ପନ୍ଥା ତ୍ୟାଗ କରି ଅସ୍ଥିର, ଅପରିଣାମଦର୍ଶୀ ନୀତି; ଜର୍ମାନୀକୁ ବିଶ୍ୱଶକ୍ତି କରିବା ଲକ୍ଷ୍ୟ → ବିଭିନ୍ନ ରାଷ୍ଟ୍ରରେ ସଂଶୟ।
ଯୁଦ୍ଧ ରୋକିବାକୁ କୌଣସି ଆନ୍ତର୍ଜାତିକ ସଂଗଠନ ନ ଥିଲା; ୧୮୯୯ ଓ ୧୯୦୭ ହେଗ୍ ସମ୍ମିଳନୀ ଆଇନ କଲେ ହେଁ କାର୍ଯ୍ୟକାରୀ ବ୍ୟବସ୍ଥା ନ ଥିଲା।
୧୯୧୪ ଜୁଲାଇ ୨୮ରେ ଅଷ୍ଟ୍ରିଆ ସର୍ବିଆ ବିରୋଧରେ ଯୁଦ୍ଧ ଘୋଷଣା; ୩ ଦିନ ପରେ ରୁଷିଆ; ଅଗଷ୍ଟ ୧ ଜର୍ମାନୀ ରୁଷିଆ ବିରୋଧରେ; ଅଗଷ୍ଟ ୩ ଜର୍ମାନୀ ଫ୍ରାନ୍ସ ବିରୋଧରେ; ବେଲଜିଆମ ଅତିକ୍ରମ କରିବାରୁ ଅଗଷ୍ଟ ୪ ଇଂଲାଣ୍ଡ ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କଲା।
| କେନ୍ଦ୍ରଶକ୍ତି (Central Powers) | ମିତ୍ରଶକ୍ତି (Allied Powers) |
|---|---|
| ଜର୍ମାନୀ, ଅଷ୍ଟ୍ରିଆ, ତୁର୍କୀ, ବୁଲ୍ଗେରିଆ | ଫ୍ରାନ୍ସ, ସର୍ବିଆ, ରୁଷିଆ, ଇଂଲାଣ୍ଡ, ବେଲଜିଆମ, ପର୍ତ୍ତୁଗାଲ, ଗ୍ରୀସ୍, ରୁମାନିଆ, ଜାପାନ୍, ଚୀନ୍ |
ଇଟାଲୀ ପ୍ରଥମେ ନିରପେକ୍ଷ, ପରେ ୧୯୧୫ ମେରେ ମିତ୍ରଶକ୍ତି ପକ୍ଷରେ ଯୋଗ। ଯୁକ୍ତରାଷ୍ଟ୍ର ଆମେରିକା ୧୯୧୭ରେ (ଜର୍ମାନୀ ଆମେରିକାର ଜାହାଜ ଆକ୍ରମଣ କରିବାରୁ) ମିତ୍ରଶକ୍ତି ପକ୍ଷରେ ଯୋଗଦାନ କରିବା ଫଳରେ ଯୁଦ୍ଧର ଗତିପଥ ଓଲଟିଗଲା।
ଯୁଦ୍ଧ ସମାପ୍ତି: କେନ୍ଦ୍ରଶକ୍ତି ସମସ୍ତ ଯୁଦ୍ଧକ୍ଷେତ୍ରରେ ପରାଜିତ। ୧୯୧୮ ନଭେମ୍ବର ୯ରେ କାଇଜର ଦ୍ୱିତୀୟ ଉଇଲିୟମ ରାଜଗାଦି ତ୍ୟାଗ କରି ହଲାଣ୍ଡକୁ ପଳାୟନ କଲେ; ନଭେମ୍ବର ୧୧ରେ ଜର୍ମାନୀ ଯୁଦ୍ଧ ବିରତି ସନ୍ଧିରେ ସ୍ୱାକ୍ଷର କରି 'ଯୁଦ୍ଧ ସମାପ୍ତି' ଗ୍ରହଣ କଲା।
ପ୍ରାୟ ୩୬ଟି ରାଷ୍ଟ୍ର ଯୋଗ ଦେଇଥିଲେ; ୬.୫ କୋଟିରୁ ଅଧିକ ଲୋକ ଅଂଶ ନେଇ ~୧.୩ କୋଟି ପ୍ରାଣ ହରାଇଥିଲେ। ଚ୍ୟାଙ୍କ, ଉଡ଼ାଜାହାଜ, ବୁଡ଼ାଜାହାଜ, ବିଷାକ୍ତ ବାଷ୍ପ ଓ ବୋମା ପ୍ରଥମ ଥର ବ୍ୟବହୃତ।
ବିନାଶକାରୀ ଅସ୍ତ୍ର (ଉଡ଼ାଜାହାଜ, ବୁଡ଼ାଜାହାଜ, ବୋମା, ବିଷାକ୍ତ ଗ୍ୟାସ) ପ୍ରଥମ ବ୍ୟବହୃତ; ବିଜ୍ଞାନ ଗବେଷଣା ବଢ଼ିଲା। ସାଂସ୍କୃତିକ କ୍ଷେତ୍ରରେ ନକାରାତ୍ମକ — ବହୁ ସାହିତ୍ୟିକ-ବୈଜ୍ଞାନିକ-କଳାକାର ମୃତ, ଅଟ୍ଟାଳିକା-ବିଦ୍ୟାଳୟ ଧ୍ୱଂସ।
ମାଗଣା ଟିପ୍ପଣୀ, ନୂଆ ଅଧ୍ୟାୟ ସମାଧାନ, ମଡେଲ ପ୍ରଶ୍ନପତ୍ର ଓ ପରୀକ୍ଷା ଅପଡେଟ୍ — ସିଧା ଆପଣଙ୍କ ଫୋନରେ।
WhatsAppରେ Follow କରନ୍ତୁ →