Chapter 4 (Part 2): Wildlife
ଭୂଗୋଳ (Geography) · ଓଡ଼ିଶା ବୋର୍ଡ ନବମ ଶ୍ରେଣୀ · ଟିପ୍ପଣୀ + ପ୍ରଶ୍ନାବଳୀ ସମାଧାନ + ୨୫ Quiz
📖 ବନ୍ୟପ୍ରାଣୀ: ଏହି ପାଠରେ ଆମେ ଭାରତର ବନ୍ୟପ୍ରାଣୀ, ଜାତୀୟ ପଶୁ (ବାଘ) ଓ ଜାତୀୟ ପକ୍ଷୀ (ମୟୂର), ଓଡ଼ିଶାର ବନ୍ୟପ୍ରାଣୀ, ବନ୍ୟଜନ୍ତୁ ସଂରକ୍ଷଣ (ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ସଂରକ୍ଷିତ ଜୀବମଣ୍ଡଳ) ଏବଂ ଚିଲିକା ଓ ନଳବନ ବିଷୟରେ ଜାଣିବା।
ଭାରତରେ ପ୍ରାୟ ୮୯,୦୦୦ ପ୍ରକାର ପ୍ରାଣୀ, ୧୨୦୦ ପ୍ରକାର ପକ୍ଷୀ ଏବଂ ୨୫୦୦ ପ୍ରକାର ମାଛ ଅଛନ୍ତି। ସମଗ୍ର ପୃଥିବୀର ପ୍ରାୟ ଏକ ତୃତୀୟାଂଶ ବନ୍ୟପ୍ରାଣୀ ଭାରତରେ ଦେଖାଯାନ୍ତି।
| ପ୍ରାଣୀ | ଅଞ୍ଚଳ |
|---|---|
| ବାଘ (ଜାତୀୟ ପଶୁ) | ଆସାମ, କେରଳ, କର୍ଣ୍ଣାଟକ, ଓଡ଼ିଶା, ପ.ବ. ସୁନ୍ଦରବନ, ମ.ପ୍ର., ହିମାଳୟ |
| ହାତୀ (ସ୍ତନ୍ୟପାୟୀ ମଧ୍ୟରେ ସ୍ଥାନ ସର୍ବୋଚ୍ଚ) | ଆସାମ, କେରଳ, କର୍ଣ୍ଣାଟକ, ଓଡ଼ିଶା, ଆନ୍ଧ୍ର, ଝାଡ଼ଖଣ୍ଡ |
| ଜଳହସ୍ତୀ (ବନ୍ୟମହିଷ) | ଆସାମ ଓ ପ.ବ.ର ସତସଡ଼ିଆ ଜଙ୍ଗଲ |
| ଓଟ ଓ ବନ୍ୟ ଗଧ | ରାଜସ୍ଥାନ ଥର ମରୁଭୂମି ଓ ଗୁଜରାଟ କଚ୍ଛ ଉପକୂଳ |
| ସିଂହ | ଗୁଜରାଟର ଗିର ଅରଣ୍ୟ |
| ଗଣ୍ଡା (ଏକଶୃଙ୍ଗ) | ଆସାମ କାଜିରଙ୍ଗା |
| ଚମରୀଗାଈ (Yak), କସ୍ତୁରୀମୃଗ | ଭାରତ-ନେପାଳ ସୀମା ନିକଟ ହିମାଳୟ ପାର୍ବତ୍ୟ ଅଞ୍ଚଳ |
| ନୀଲଗାଈ | ମ.ପ୍ର., ଓଡ଼ିଶା, ଉ.ପ୍ର. |
ବାଘ ଭାରତର ଜାତୀୟ ପଶୁ। ଏହା ବ୍ୟତୀତ ତେନ୍ଦୁଆ, କଳାପତରିଆ ବାଘ, ଚିତାବାଘ, ବଣମହିଷ, ମାଙ୍କଡ଼ ଦେଖାଯାନ୍ତି।
ଅଜଗର, ଅହିରାଜ (ଶଙ୍ଖଚୂଡ଼), ନାଗ, ରଣା, ବୋଡ଼ା ଆଦି ବିଷଧର ସର୍ପ; ନଦୀ-ହ୍ରଦ-ଜଳାଶୟରେ କୁମ୍ଭୀର, ମାଛ, ଗେଣ୍ଡା, କଇଁଛ, ମଗର।
ମୟୂର ଭାରତର ଜାତୀୟ ପକ୍ଷୀ। ଶୁଆ, ସାରୀ, କୋଚିଲାଖାଇ, ଛଞ୍ଚାଣ, ଟିଲ ଆଦି ଅନେକ ପକ୍ଷୀ; ବିଭିନ୍ନ ପ୍ରକାର ପ୍ରଜାପତିରେ ଭାରତର ଅରଣ୍ୟ ସମୃଦ୍ଧ।
ଅରଣ୍ୟ ଆୟତନ ହ୍ରାସ ଓ ଅବାଧ ଶିକାର ଯୋଗୁଁ ବନ୍ୟପ୍ରାଣୀ ସଂଖ୍ୟା କମୁଛି — କେତେକ ଲୁପ୍ତ, କେତେକ ଲୁପ୍ତପ୍ରାୟ। ଭାରତ ସରକାର ୧୯୭୨ ମସିହାରେ ବନ୍ୟପ୍ରାଣୀ ସଂରକ୍ଷଣ ବୋର୍ଡ ଗଠନ ଓ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨ ପ୍ରଣୟନ କଲେ।
ଭାରତରେ ~୮୯ ଜାତୀୟ ଉଦ୍ୟାନ, ~୪୯୦ ଅଭୟାରଣ୍ୟ, ୨୬ ବ୍ୟାଘ୍ର ପ୍ରକଳ୍ପ, ହରିଣ/ସିଂହ/କସ୍ତୁରୀମୃଗ ପ୍ରକଳ୍ପ, ମଗର ପ୍ରଜନନ ଓ ହସ୍ତୀ ପ୍ରକଳ୍ପ।
ଉତ୍ତରାଖଣ୍ଡ ନନ୍ଦାଦେବୀ, ପ.ବ. ସୁନ୍ଦରବନ, ସିକ୍କିମ କାଞ୍ଚନଜଙ୍ଘା, ଆସାମ ମାନସ ଓ ଦିବ୍ରୁ-ସୈଖୋୱା, ଅରୁଣାଚଳ ଦିହାଙ୍ଗ-ଦିବଙ୍ଗ, ମେଘାଳୟ ନୋକ୍ରେକ, ଓଡ଼ିଶା ସିମିଲିପାଳ, ମ.ପ୍ର. ପଞ୍ଚମାରୀ, ତାମିଲନାଡୁ ନୀଲଗିରି ଓ ମାନ୍ନାର ଉପସାଗର, ଆଣ୍ଡାମାନ-ନିକୋବର ଗ୍ରେଟ ନିକୋବର।
| ଜାତୀୟ ଉଦ୍ୟାନ | ରାଜ୍ୟ | ମୁଖ୍ୟ ପ୍ରାଣୀ |
|---|---|---|
| ଡାଙ୍ଗଗ୍ରାମ (ଦାଚିଗାମ) | ଜ-କା | ହାଙ୍ଗୁଲ, କସ୍ତୁରୀମୃଗ |
| କର୍ବେଟ | ଉତ୍ତରାଖଣ୍ଡ | ବାଘ, ହାତୀ, ତେନ୍ଦୁଆ, ହରିଣ |
| ଦୁଧୱା | ଉ.ପ୍ର. | ବାଘ, ବାରସିଂଗା, କୃଷ୍ଣହରିଣ |
| କାହ୍ନା | ମ.ପ୍ର. | ବାଘ, ବାରସିଂଗା |
| ଗିର | ଗୁଜରାଟ | ସିଂହ, ଚିତା, ସମ୍ବର, ନୀଲଗାଈ, ଚୌଶିଙ୍ଗା |
| କାଜିରଙ୍ଗା | ଆସାମ | ଗଣ୍ଡା ଓ ବନ୍ୟମହିଷ |
| ମାନସ | ଆସାମ | ହାତୀ, ଗଣ୍ଡା, ବନ୍ୟମହିଷ, ବାଘ, ଗିବନ, ଗୋରାଲ |
| କେଓଲାଡେଓ | ରାଜସ୍ଥାନ (ଭରତପୁର) | ବିବିଧ ଜଳପକ୍ଷୀ |
| ନାମଦାଫା | ଅରୁଣାଚଳ | ବାଘ, ଗୌର, ବନ୍ୟମହିଷ, ଟେକିନ |
| ସୁନ୍ଦରବନ | ପ.ବ. | ମହାବଳ ବାଘ |
ପ୍ରକଳ୍ପ: ଗୁଜରାଟ ସିଂହ ପ୍ରକଳ୍ପ, ଜ-କା କସ୍ତୁରୀମୃଗ ଓ ହାଙ୍ଗୁଲ ହରିଣ ପ୍ରକଳ୍ପ, ମଣିପୁର ବାମିନ (ହରିଣ) ପ୍ରକଳ୍ପ, ଓଡ଼ିଶା ଭିତରକନିକା ଓ ଟିକରପଡ଼ା ମଗର ପ୍ରଜନନ ପ୍ରକଳ୍ପ, ଚନ୍ଦକା ହସ୍ତୀ ପ୍ରକଳ୍ପ, ସିମିଲିପାଳ ବ୍ୟାଘ୍ର ପ୍ରକଳ୍ପ।
ଓଡ଼ିଶାରେ ପ୍ରାୟ ୧୮ଟି ଅଭୟାରଣ୍ୟ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ (ଭିତରକନିକା ନିକଟ) — ବିରଳ ଅଲିଭ୍ ରିଡ୍ଲେ କଇଁଛ ଲକ୍ଷ ଲକ୍ଷ ଅଣ୍ଡା ଦେବାକୁ ଆସନ୍ତି। କୋଣାର୍କ-ବାଲୁଖଣ୍ଡ (ପୁରୀ) — କୃଷ୍ଣସାର ମୃଗ, ହରିଣ, ପାତିମାଙ୍କଡ଼, ହନୁମାଙ୍କଡ଼।
ଅନ୍ୟ ଅଭୟାରଣ୍ୟ: ହଦଗଡ଼, ବାଲେଶ୍ୱର କୁଲଡିହା, ଗଜପତି ଲଖେରୀ, ନୟାଗଡ଼-ବୌଦ ମହାନଦୀ ବୈସିପଲ୍ଲୀ, ନୟାଗଡ଼-ବୌଦ-ଅନୁଗୁଳ ସାତକୋଶିଆ, ସମ୍ବଲପୁର ଉଷାକୋଠି (ବଦ୍ରମା), ନୂଆପଡ଼ା ସୁନାବେଡ଼ା, ଗଞ୍ଜାମ ଭେଟନଈ-ବାଲିପଦର କୃଷ୍ଣସାରମୃଗ କ୍ରୀଡ଼ା ସଂରକ୍ଷଣ ଅଭୟାରଣ୍ୟ।
ବନ୍ୟଜନ୍ତୁ ସଂରକ୍ଷଣ ଏକ ଜାତୀୟ ଯୋଜନା ହେବା ସଙ୍ଗେ ଏହାକୁ ଆନ୍ତର୍ଜାତିକ ଗୁରୁତ୍ୱ ମଧ୍ୟ ଦିଆଯାଇଛି; ଜାତିସଂଘ ସହାୟତା ଦେଉଛି। ସାମାଜିକ ସ୍ତରରେ ଜନସଚେତନତା ସୃଷ୍ଟି କରି ବନ୍ୟଜନ୍ତୁ ପ୍ରତି ନିଷ୍ଠୁରତା ନ ଦେଖାଇବାକୁ ଚେଷ୍ଟା କରାଯାଉଛି।
ମାଗଣା ଟିପ୍ପଣୀ, ନୂଆ ଅଧ୍ୟାୟ ସମାଧାନ, ମଡେଲ ପ୍ରଶ୍ନପତ୍ର ଓ ପରୀକ୍ଷା ଅପଡେଟ୍ — ସିଧା ଆପଣଙ୍କ ଫୋନରେ।
WhatsAppରେ Follow କରନ୍ତୁ →